I & PR Department, Odisha

@IPR_Odisha

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର

90 Following801K Followers22K Posts
  1. I & PR Department, Odisha@IPR_Odisha
    ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ଯ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜସ୍ବ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି। ରାଜ୍ୟର ୧୭ଟି ବ୍ଲକ୍‌ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କୋରାପୁଟର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଓ ଗଜପତିର ମୋହନାରେ ୧୮୨.୪ ମିଲିମିଟର ବର୍ଷା ହୋଇଛି। ତେବେ ଜିଲ୍ଲା ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ବାତ୍ୟାର ମୁକାବିଲା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ୬ ଜଣ ମନ୍ତ୍ରୀ ଏବଂ ୭ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ବାତ୍ୟା ମୁକାବିଲା ପାଇଁ ସମୁଦାୟ ୩୧୩ଟି ରେସ୍‌ପନ୍ସ ଟିମ୍ ନିୟୋଜିତ ରହିଛି ଏଥିରେ ୬୦ଟି ଓଡ୍ରାଫ୍, ୯ଟି ଏନ୍‌.ଡି.ଆର୍‌.ଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ଅଛନ୍ତି। ରିଲିଫ କ୍ୟାମ୍ପ ଗୁଡ଼ିକରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ପାନୀୟ ଜଳ, ଔଷଧ ଓ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି। ଏହି ସମୟରେ ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ଏବଂ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମୁଦ୍ର ତଟରୁ ମତ୍ସ୍ୟଜୀବୀ ମାନେ ୧୯, ୧୪୩ଟି ବୋଟ୍‌ରେ ସମୁଦ୍ରକୁ ଯାଇଥିଲେ, ସେମାନେ ସମସ୍ତେ କୂଳକୁ ଆସିଛନ୍ତି। ସେମାନଙ୍କୁ ଫେରାଇ ଆଣିବାରେ ଆମେ ଶତ-ପ୍ରତିଶତ ସଫଳ ହୋଇଛୁ ବୋଲି ସେ କହିଥିଲେ। #CycloneArnab
    Download
    19226.3K
  2. I & PR Department, Odisha@IPR_Odisha
    ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ୧୮ ନଭେମ୍ବର ୨୦୨୬ ଠାରୁ ଆରମ୍ବ ହୋଇ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୩ ଗୋଟି କାର୍ଯ୍ୟଦିବସ ରହିଛି। ନଭେମ୍ବର ୧୮ ତାରିଖ ଦିନ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।
    12306.6K
  3. I & PR Department, Odisha@IPR_Odisha
    ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଏହି ଟ୍ରେନରେ ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ଯାତ୍ରା କରିଛନ୍ତି। ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଓ ଶ୍ରୀରାମଲାଲାଙ୍କ ଦର୍ଶନ ଲାଭ କରିପାରିବେ।
    Download
    02236.1K
  4. I & PR Department, Odisha@IPR_Odisha
    ସ୍ୱତନ୍ତ୍ର ରିଲଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାତ୍ୟା ଅର୍ଣ୍ଣଵର ପ୍ରଭାବ ଓ ମୁକାବିଲା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରୁଛନ୍ତି: #CycloneArnab
    Download
    35206.4K
  5. I & PR Department, Odisha@IPR_Odisha
    ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବାତ୍ୟା ପରବର୍ତ୍ତି ରାସ୍ତା ଅବରୋଧ ହଟାଉଛନ୍ତି ଓଡ୍ରାଫ୍ ଟିମ୍: #CyclonArnab
    Download
    22315.5K
  6. I & PR Department, Odisha@IPR_Odisha
    ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତରେ ଓଡ୍ରାଫ୍ ପକ୍ଷରୁ ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ଯ ଜାରି ରହିଛି: #CyclonArnab
    Download
    13247.7K
  7. I & PR Department, Odisha@IPR_Odisha
    I & PR Department, Odisha
    RT @SRC_Odisha: Response forces are carrying out tree clearance operations and removing road obstructions in Ganjam and Gajapati districts during Cyclone ‘Arnab’. Efforts are underway on a war footing mode to restore road connectivity and ensure safe movement of people and essential services.
    0904.5K
  8. I & PR Department, Odisha@IPR_Odisha
    I & PR Department, Odisha
    RT @SRC_Odisha: Veterinary health camps are being conducted in Malkangiri district to provide essential medical care and fodder to livestock, ensuring their safety and well-being during Cyclone ‘Arnab’.
    0403.4K
  9. I & PR Department, Odisha@IPR_Odisha
    I & PR Department, Odisha
    RT @SRC_Odisha: Uprooted trees and trees posing a potential threat to public safety, and road obstructions are being cleared at Gurandi and Padmapur to restore road connectivity and ensure the safe movement of the public.
    0403K
  10. I & PR Department, Odisha@IPR_Odisha
    I & PR Department, Odisha
    RT @CMO_Odisha: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପ ବିକାଶକୁ ମିଳୁଛି ନୂଆ ଗତି। ଇଣ୍ଡିଆ କେମ୍ ୨୦୨୬, ମୁମ୍ବାଇରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବିଶ୍ୱ ନିବେଶକଙ୍କୁ ଆମନ୍ତ୍ରଣ ସହ ନିବେଶ ବୃଦ୍ଧି ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। Under the leadership of Hon’ble Chief Minister Shri Mohan Charan Majhi, Odisha is accelerating its industrial growth. At India Chem 2026 in Mumbai, global investors were invited to explore opportunities in chemicals and petrochemicals, with a focus on attracting investments and creating jobs for the youth.
    0703.1K
  11. I & PR Department, Odisha@IPR_Odisha
    ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା କେବଳ ଏକ ନୀତି ନୁହେଁ, ବରଂ ସ୍ୱଚ୍ଛ, ଉତ୍ତରଦାୟୀ ଓ ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ସୂଚିତ କରୁଛି। ଦୁର୍ନୀତି ବିରୋଧରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଦିଗରେ ସରକାରଙ୍କ ସଂକଳ୍ପକୁ ଆହୁରି ସୁଦୃଢ଼ କରୁଛି। #VikshitOdisha
    Download
    01236.5K
  12. I & PR Department, Odisha@IPR_Odisha
    ବାତ୍ୟା ଅର୍ଣ୍ଣବର ମୁକାବିଲା ଏବଂ ପ୍ରଶାସନିକ ପ୍ରସ୍ତୁତି ସମ୍ବନ୍ଧରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ବିବୃତି: #CycloneArnab #OdishafightsArnab
    Download
    15437.8K
  13. I & PR Department, Odisha@IPR_Odisha
    ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ନିରାକରଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା, ରିଲିଫ୍ ବଣ୍ଟନ, ପାନୀୟ ଜଳ ଯୋଗାଣ ଏବଂ ଜରୁରୀକାଳୀନ ସେବାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ସମୀକ୍ଷା ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସୁଦର୍ଶନ ଚକ୍ରବର୍ତ୍ତୀ, ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ଜିଲ୍ଲାର ସମସ୍ତ ବ୍ଲକ୍‌ର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।
    Download
    18407.4K
  14. I & PR Department, Odisha@IPR_Odisha
    I & PR Department, Odisha
    RT @EnergyOdisha: Strengthening preparedness on the ground in view of the impending #CycloneArnab. Energy teams are mobilised across Southern Odisha, inspecting field resources, ensuring material readiness and reinforcing response mechanisms to minimise disruptions and restore power swiftly in the event of any eventuality. Safety first. Uninterrupted power remains the priority. Emergency Helpline: 1912/18002026 TPSODL Control Centre: 9124293314 #Odisha #DisasterPreparedness @MohanMOdisha @KVSinghDeo1 @SecyChief @CMO_Odisha @vishaldevk
    0905.5K
  15. Show more posts